ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖରା ଘର ସହ ଆସବାବପତ୍ର

ପୁରୀ / ଜୟନ୍ତ କୁମାର ସେଠି : ଅଗ୍ନିକାଣ୍ଡ ଘଟି ଜଳିଗଲା ୮ ବଖର ଘର । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସୁଜନପୁର ପଂଚାୟତର ଗୌରଦେଇପୁର ଦଳିତ ସାହିରେ । ତେବେ ଏହି ଅଗ୍ନିକାଣ୍ଡଟି ଇଲେକ୍ଟ୍ରିକ ସର୍ଟସର୍କିଟ ଯୋଗୁଁ ଘଟିଥିବା କୁହାଯାଉଛି । ଏହି ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଭସ୍ମିଭୁତ ହୋଇ ଯାଇଥିବା ସୂଚନା ରହିଥିବା ବେଳେ ଗ୍ରାମର ପଞ୍ଚୁ ବେହେରା , ବାଙ୍କା ବେହେରା , ଧଡ଼ୁ ବେହେରା , ଶିଵ ବେହେରା ଓ ନରୋତମ ବେହେରା ଙ୍କ ୮ ବଖରା ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଘାଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।