ଦାରିଙ୍ଗବାଡି BEOଙ୍କୁ ଗିରଫ କରିଛି ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି BEO। ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଥିବା କୁହାଯାଉଛି । ନ୍ୟାସନାଲ ପେନସନ ସ୍କିମରୁ ଟଙ୍କା ନିଜ ଆକାଉଣକଟକୁ ଆଣି ସେୟାର ବଜାରରେ ବିନିଯୋଗ କରିଥିଲେ । ଶିକ୍ଷକଙ୍କ ଅଭିଯୋଗ ପରେ BEO ଙ୍କୁ ଧରିଲା ଦାରିଙ୍ଗବାଡି ଭିଜିଲାନ୍ସ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।