ବାଇକ ଉପରେ ଚଢ଼ିଗଲା ହାଇୱା । ବାଇକ ଆରୋହି ଗୁରୁତର। ଏମିତି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ତେଲିସିଂହା ଛକରେ ଘଟିଛି। ଦୁର୍ଘଟଣାରେ ବାଇକ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କଣିହାଁ ଅଗ୍ନିଶମ ବାହିନୀ ଓ ଏନଟିପିସି ପୋଲିସ ଓ ଜନସାଧରଣ ପହଞ୍ଚି ବାଇକ୍ ଆରୋହିଙ୍କୁ ଗୁରୁତର ଅବସ୍ଥାରେ ହାଇୱା ଗାଡ଼ି ଭିତରୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଗାଡ଼ିରେ ନେଇ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ହିନ୍ଦୋଳ ଅଞ୍ଚଳର ସୌମ୍ୟଶ୍ରୀ ବେହେରା ବୋଲି ଜଣାପଡିଛି