ଏକ ପେଡ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ…

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଅନ୍ତର୍ଗତ କୋଟଣୀ ଶିଳାସ୍ଥିତ ଅଗ୍ରଣ ଡିପି ଅଗ୍ରୋ ଇକୋ ରିଟ୍ରିକ କମ୍ପାନୀ ଆନୁକୂଲ୍ୟରେ କମ୍ପାନୀ ଅଧକ୍ଷା ଦୀପ୍ତି ପ୍ରଭା ସାହୁଙ୍କ ଆବାହକତ୍ୱରେ କୋଟନିଶୀଳା ଅଗ୍ରୋ ଇକୋ ରିଟ୍ରିକ କମ୍ପାନୀ ପରିସରରେ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ  ହୋଇଛି ।

ଏହି କାର୍ଯ୍ୟକ୍ରମକୁ ଶିଳ୍ପପତି ସର୍ବେଶ୍ୱର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନ ସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ,ରାଜସୁନାଖଳା ମଣ୍ଡଳ ବିଜେପି ସଭାପତି ଜ୍ୟୋତିରଞ୍ଜନ ସାହୁ, ଉପସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନିକରଣ ଓ କୃଷି ଉଦ୍ୟୋଗ ଯୋଜନାରେ ଏକ ପେଡ ମା କେ ନାମ ପର ୩୦୦୦ରୁ ଉର୍ଦ୍ଧ ଚାରା ଆମ୍ବ, ପିଜୁଳି, ଡାଳିମ୍ବ ଓ ଅଁଳା ଆଦି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକମାନେ ଯୋଗ ଦେଇଥିଲେ।