ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର: ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଲାପଟପ ପ୍ରଦାନ କଲେ ଜଲ୍ଲାପାଳ । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ସୁବର୍ଣ୍ଣପୁର ଜିର୍ଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ କାର୍ୟ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି । ଛାତ୍ରୀ ନମିତା ଭୁଏ ବର୍ତ୍ତମାନ ରେଭେନ୍ସା କଲେଜ ରେ ଯୁକ୍ତ ତିନି ରେ ଅଧ୍ୟୟନ ରତ ଥିବା କୁହାଯାଉଛି । ଦିବ୍ୟାଙ୍ଗ ଙ୍କୁ ଉଚ୍ଚ ଶିକ୍ଷା ରେ ସହାୟକ ହେତୁ ରାଜ୍ୟ ସରକାର ଙ୍କ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏହି ଲାପଟପ ପ୍ରଦାନ କରାଯାଇଥାଏ ଜ୍ଝ ଜିଲ୍ଲାପାଳ ଶ୍ରୀମତୀ ଦାଶ ଙ୍କ ଠାରୁ ଲାପଟପ ଗ୍ରହଣ କରି ନମିତା ତା ଫ୍ରଫୁଲ୍ଲିତ ଓ ଉତ୍ସାହିତ ହୋଇ ଆଗକୁ ଆହୁରି ପଢିବାକୁ ବାକି ଥୂବା ବେଳେ ଏହା ପାଠ ପଢାରେ ବିଶେଷ ଉପଯୋଗୀ ହେବ ବୋଲି ପ୍ରକାଶ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧୂକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ ଅଶ୍ବିନୀ କୁମାର ଭୋଇ ବିଭଗୀୟ କର୍ମଚାରୀ ପ୍ରମୁଖ ତଥା ଦିବ୍ୟାଙ୍ଗ ଛାତ୍ରୀ ଙ୍କ ବାପା ବୈରାଗୀ ଭୁଏ ଉପସ୍ଥିତ ଥିଲେ ।