ବାଲେଶ୍ୱର/ ଶରତ ନାୟକ : ହାତୀ ଆକ୍ରମଣରେ ଗଲା ଜୀବନ । ଔପଦା ବ୍ଲକ ଗଡସାହି ପଞ୍ଚାୟତ ଭରଡ଼ା ବାଟି ଗାଆଁ ର ଭଗବାନ ଲେଙ୍କା (୫୮) ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ଦେଖା ଦେଇଛି ଉତେଜନା । ଗ୍ରାମବାସୀ ମାନେ ଶବ ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିବା ସୂଚନା ରହିଚି । । ସୂଚନା ଅନୁଯାୟୀ, ସ୍ବର୍ଗତ ଲେଙ୍କା ଉପରଗଡ ରେ ନିଜ ଚାଷ ଜମିରେ ନଟା ସଫା କରିବା ପାଇଁ ଦିନ ୧୦ ଟା ବେଳେ ଯାଇଥିଲେ। ସେଠାରେ ହାତୀ ତାଙ୍କୁ ହାତୀ ଆକ୍ରମଣ କରି ଜୀବନରୁ ମାରି ଦେଇଥିବାର ପରିବାର ଲୋକ ଅଭିଯୋଗ କରିଥିଲେ। ଖବର ପାଇ ଗ୍ରାମବାସୀ ମାନେ ଶବ କୁ ଆଣି ଔପଦା କପ୍ତିପଦା ମୁଖ୍ୟ ରାସ୍ତାର ଗଡସାହି ଯାତ୍ରୀ ବିଶ୍ରମଗାର ଠାରେ ଶବ ରଖି କ୍ଷତି ପୁରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଏହା ବ୍ୟତୀତ ବାରମ୍ବାର ବନବିଭାଗ ଅବହେଳା ନେଇ ରାସ୍ତା ଉପରେ ନିଆଁ ଜାଳି ହୋ ହାଲ୍ଲା କରିଥିଲେ। ଘଟଣା ସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚିବାପରେ ଲୋକ ମାନେ ତାଙ୍କୁ ଠେଲା ପେଲା କରିବା ସହ ଗାଳି ଗୁଲଜ କରିଥିଲେ।ଖବର ପାଇ ଘଟଣା ସ୍ଥଳରେ ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର,ଆଇ ଆଇସି ଶ୍ରବଣ କୁମାର ମହାରଣା, ସରପଞ୍ଚ ନିତ୍ୟାନନ୍ଦ ମୁଦୁଲି ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଥିବାର ଜଣା ଯାଇଛି।