ଭୁବଦେଶ୍ୱର: ଶୀତରେ ଥରୁଛି ସାରା ଓଡିଶା । ପାରଦ ଖସିବା ସହ ଶୀତର ପରିମାଣ ବଢିବାରେ ଲାଗିଛି । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଶୀତ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସେହିପରି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ସେଠାରେ ୭ଡ୍ରିଗୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀର ତାପମାତ୍ରା ୯.୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡିରେ ୯.୦୫ ଡିଗ୍ରୀ ରହିଛି ।ସେପଟେ କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଇଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ପୁଇଁ ହେଉଛନ୍ତି। ୧୭ ତାରିଖ ଯାଏ ପାରଦ ତଳମୁହାଁ ହେବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।