ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ , ଘଟଣାକୁ ଏଡାଇଲେ ଅଗ୍ନିଶମ ବାହିନୀ

କଟକ : ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । ଭୁବନେଶ୍ବରରୁ ହାଓ୍ବଡ଼ା ଯାଉଥିବାବେଳେ କଟକ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି  ।  କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟବୀତ ହୋଇଯାଇଥିଲେ । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ।  ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ଧୂଆଁ ବାହାରିଥିବା ଜଣାପଡିଥିଲା ।