ଡିସେମ୍ବରରେ ଜିଲ୍ଲାର ମାନ୍ୟତା ପାଇପାରେ ପଦ୍ମପୁର; ବଢ଼ିଲା ଆଶା

ଭୁବନେଶ୍ୱର: ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟର ସ୍ଥାନ ନିରୁପଣ କରିଛନ୍ତି ଉତରାଞ୍ଚଳ ଆରଡିସି । ଏହାସହ ବିଭିନ୍ନ ଅଫିସ ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆରଡିସିଙ୍କ ସହ ବରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆର୍ଏନଡି ଇଞ୍ଜିନିୟର, ବରଗଡ଼ ସିଡିଏମ୍, ପଦ୍ମପୁର ତହସିଲଦାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ପଦ୍ମପୁରକୁ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ପାଇଁ ଦାବି କରାଯାଇ ଆସୁଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁରୀକୁ ଜିଲ୍ଲା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଖୁବଶୀଘ୍ର ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି ।