ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ପାଳିତ

ଗଜପତି/ବିବେକାନନ୍ଦ ବେହେରା:  ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ତରଫରୁ  ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ଉପସ୍ଥିତିରେ ସଙ୍ଗୀତ ଓ ସୃଜନଶୀଳତା ଲେଖା ପ୍ରତିଯୋଗିତା କରାଯାଇଛି।ଏହି କାର୍ୟ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନୋଡ଼ାଲ ଅଧିକାରୀ ଡକ୍ଟର ଭାରତୀ  ପାଣିଗ୍ରାହୀ, ଅଧ୍ୟାପିକା ସି ଏଚ ନିର୍ମଳା, ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଅଧ୍ୟାପିକା ଡକ୍ଟର କଲ୍ୟାଣି ମିଶ୍ର ଏବଂ ମହା ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ୟବାଦ ଜଣାଇଛନ୍ତି।