ରାଜ୍ୟର ୬୭୯୯ ଗାଁରେ ନାହିଁ ମୋବାଇଲ୍ ଏବଂ ଇଣ୍ଟରନେଟ ସେବା । ଏହି ସବୁ ଗାଁ ଗୁଡିକରେ ଟେଲିକମ୍ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।କେନ୍ଦ୍ର ସରକାରଙ୍କ ୟୁସିଓଏଫ୍ ପରିସରଭୁକ୍ତ ୩ କୋଟି ମୋବାଇଲ୍ ସେବାପାଇଁ ମୋଟ୍ ୩୬୭୩ ସ୍ଥାନରେ ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ପ୍ରଦାନ କରାଯାଇଛି । ବିଧାୟକ ନବଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ , ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଉତ୍ତର ରଖିଛନ୍ତି । ଆଗାମୀ ବର୍ଷ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମରେ ମୋବାଇଲ୍ ସେବା ଉପଲବ୍ଧ କରାଇବାକୁ ଲକ୍ଷରଖାଯାଇଛିା