ଦେବଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଓଡିଶା ପୋଲିସ SI ପରୀକ୍ଷା ଦେବେ ଟ୍ରାନ୍ସଜେଣ୍ଡର ମାୟା

ଦେବଗଡ(ସୁଦାମ ବେହେରା) : ଦେବଗଡ଼ ଜିଲ୍ଲାର ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡର ଓଡିଶା ପୋଲିସ SI 2023ର ପରୀକ୍ଷା ଦେବାକୁ ଯାଉଛନ୍ତି । ସ୍ବର୍ଗତ ଧନଞ୍ଜୟ କିସାନ, ମାତା ପଦ୍ମିନୀ କିସାନଙ୍କ ସନ୍ତାନ ମାୟା। ତାଙ୍କ ଘର ବାରକୋଟ ଥାନା ଅନ୍ତର୍ଗତ ଖୁଲୁଡି କୁଡ଼ର ଗ୍ରାମରେ। ଆସନ୍ତା ନଭେମ୍ବର ମାସ,୨୬ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଠାରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ମାୟା। ଓଡିଶା ପୋଲିସ SI ପରୀକ୍ଷା ଦେବାକୁ ସୁଯୋଗ ପାଇଥିବାରୁ ଓଡିଶା ସରକାର,5T  ସେକ୍ରେଟାରୀ, ପୋଲିସ ପ୍ରଶାସନ, ଗୁରୁ ମୀରା ପରିଡାଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ମାୟା ଅନେକ ଲୋକଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି, ସେ ଜଣେ ସମାଜସେବୀ ଭାବରେ ମଧ୍ୟ ଦେବଗଡ଼ ଜିଲ୍ଲାର ବାରକୋଟ ଅଂଚଳରେ ଦେଖିବାକୁ ମିଳିଥାଏ । ଫଳାଫଳ ଯାହା ହେଉନା  କାହିଁକି କିନ୍ତୁ ଦେବଗଡ ଜିଲ୍ଲାରୁ ପ୍ରଥମ ଜଣେ  ଟ୍ରାନ୍ସଜେଣ୍ଡର ମହିଳା ପରୀକ୍ଷା  ଦେଉଥିବାରୁ ବାରକୋଟ ଅଞ୍ଚଳରେ ଖୁସିର ବିଷୟ ହୋଇଛି ।