ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ଆସନ୍ତା ୨୭ ତାରିଖରେ ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି । ଏନେଇ ତତ୍ପର ହୋଇ ପଡିଚି ପ୍ରଶାସନ । ବନ୍ଦର ନଗରୀ ପାରାଦୀପକୁ ଆସି ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଆଜି ଆରଡିସି ଡଃ ସୁରେଶ ଚନ୍ଦ୍ର ଦଳାଇ ଆସି ପ୍ରାକ ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି । ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ସ୍ଥଳ ଠାରୁ ଆରମ୍ଭ କରି ସଭା ସ୍ଥଳ ଓ କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି କୁ ନେଇ ସମୀକ୍ଷା କରିଛନ୍ତି । ଏଥିରେ ତାଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୁପକ୍ଷ ସାମିଲ ଥିବା ଦେଖିବାକୁ ମିଳିଥିଲା ।