ବାଣ ଫୁଟି ରାଜଧାନୀର ୧୭ ଟି ଜାଗାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଦୀପାବଳି ରାତିରେ ରାଜଧାନୀରେ ଅନେକ ସ୍ଥାନରେ ଅଘଟଣ । ବାଣ ଫୁଟି ୧୭ ଟି ଜାଗାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ରାଜଧାନୀରେ ଥିବା ଘର, ଫ୍ଲାଟ, ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ସଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସୂଚନା ଦେଲେ ଡେପୁଟି ଫାୟାର ଅଫିସର ଅବନିକାନ୍ତ ସ୍ୱାଇଁ । ଚନ୍ଦ୍ରଶେଖରପୁରରେ ବ୍ୟାଟେରୀ ଗାଡି ଚାର୍ଜ ବସିଥିବା ସମୟରେ ହୋଇଥିଲା ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ ଟି ବାଇକ ସମ୍ପୂର୍ଣ୍ଣ ପୋଡିଯାଇଥିବା ସୂଚନା । ଚନ୍ଦ୍ରଶେଖରପୁର ଅଗ୍ନିଶମ ଟିମ ତୁରନ୍ତ ପହଁଚି ନିଆଁକୁ ଆୟତଃ କରିଛି ।