ଭାଲୁ ଆକ୍ରମଣରେ ମହିଳା ମୃତ

କୋକସରା/ଗଣେଶ ଭାତି: ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା କୋକସରା ବ୍ଲକ ଆମପାଣି ଗ୍ରାମପଞ୍ଚାୟତ ପାତ୍ରବସା ଗ୍ରାମର ଭବାନୀ ବାଗ ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡଙ୍ଗା ଗ୍ରାମରେ ଘଟିଛି ଏହି ଅଘଟଣ ନିକଟରେ ଥିବା ଗ୍ରାମ ତେତେଲପଡାରୁ ନାଟକ ଦେଖି ପାହାନ୍ତିଆରେ ନିଜ ଘରକୁ ଫେରୁଥିବା ସମୟରେ ଆକ୍ରମଣ କରିଥିଲା ଭାଲୁ ତେବେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ।