ଦିଲ୍ଲୀ ପରେ ଏବେ ଥରିଛି ପଞ୍ଜାବର ରୁପନଗର

ପଞ୍ଜାବ: ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ଥରିଛି ପଞ୍ଜାବର ରୁପନଗର । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୩.୨ରେକର୍ଡ କରାଯାଇଛି । ଭୂକମ୍ପର ଝଟକା ରାତି ୧.୧୩ ମି ରେ ଅନୁଭୂତ ହୋଇଥିବା କୁହାଯାଉଛି । ତେବେ ଭୂକମ୍ପର ଗଭୀରତା ୧୦ କିମି ତଳେ ରହିଛି । ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଧନ-ଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ । ଭୂକମ୍ପର ଗଭୀରତା ନିକଟସ୍ଥ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ମଙ୍ଗଳବାର ସନ୍ଧ୍ୟା ୬.୫୨ ସମୟରେ ଜମ୍ମୁ କଶ୍ମୀରର କିସ୍ତଓ୍ଵାଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୫ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଯୋଧ୍ୟାଠାରୁ ୨୧୫ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରରେ ଥିଲା । ଏହି ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ ।