ରେଭ୍ ପାର୍ଟିରେ ସାପ ବିଷ, ଅଡୁଆରେ ବିଗ୍ ବସ୍ ବିଜେତା ଏଲଭିସ ଯାଦବ

ନୂଆଦିଲ୍ଲୀ : ବିଗବସ ବିଜେତା ୟୁଟ୍ୟୁବର ଏଲଭିସ ଯାଦବ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଲଭିସ ଏବଂ ତାଙ୍କ ସହଯୋଗୀ ମାନେ ରେଭ୍ ପାର୍ଟିର ଆୟୋଜନଜ କରାିବା ନେଇ ଆୟୋଜନ କରାଇଥିଲେ ।ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ ସାମିଲ ଥିବା ମାମଲାରେ ଦର୍ଶାଯାଇଛି । ଏକ ଏନଜିଓ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯାହା ଆଧାରରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏହି ଘଟଣାର ୫ ଜଣଙ୍କୁ ପୋଲିସ ଗିରଫ ମଧ୍ୟ କରିଛି।ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା । ଫଳରେ ପୋଲିସ ଏଲଭିସଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଏଫଆଇଆର ଅନୁଯାୟୀ, ଏହି ଅଭିଯୋଗ ପିପୁଲ ଫର୍ ଆନିମଲ ସଙ୍ଗଠନରେ କାର୍ଯ୍ୟରତ ଗୌରବ ଗୁପ୍ତା କରିଛନ୍ତି । ନୋଏଡାରେ ୟୁଟ୍ୟୁବର ଏଲଭିସ ନିଜର ଫାର୍ମ ହାଉସରେ କିଛି ଲୋକଙ୍କ ସହ ମିଶି ସାପଙ୍କ ସହ ଭିଡ଼ିଓ ସୁଟ୍ କରୁଥିବାର ସୂଚନା ପାଇଥିଲେ ଗୌରବ ।ଏଲଭିସ ରାହୁଲ ନାମକ ଜଣେ ଏଜେଣ୍ଟଙ୍କ ନମ୍ବରରେ ସମ୍ପର୍କ କରିବାକୁ କହିଥିଲେ ଏବଂ ତାଙ୍କ ନାଁ ନେଲେ କାମ ହୋଇଯିବ ବୋଲି କହିଥିଲେ । ପରେ ଉକ୍ତ ଅଜ୍ଞାତ ବ୍ୟକ୍ତି ରାହୁଲଙ୍କ ସହ ସମ୍ପର୍କ କରି ପାର୍ଟି କରିବାକୁ ଅଫର କରିଥିଲେ ।ରାହୁଲ ସାପ ନେଇ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ପୋଲିସ ଓ ବନବିଭାଗର ଟିମ୍ କାବୁ କରିଥିଲା ।