ବହଳଦା ବ୍ଳକ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର : ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ବ୍ଳକ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବହଳଦା ମାଁ କେଚକେଶରୀ ମନ୍ଦିର ପ୍ରାଙ୍ଗଣରୁ ଅମୃତ କଳସ ସଭାଯାତ୍ରା ବାହାରି ସହର ପରିକ୍ରମା କରି ବହଳଦା ପଣ୍ଡିତ ରଘୁନାଥ ମୁର୍ମୁ ଛକ ନିକଟରେ ସମାପନ ହୋଇଥିଲା । ସେହି ପରି ତିରିଂ ବ୍ଲକ୍ , ଜାମଦା ବ୍ଲକ , ଓ ରାଇରଙ୍ଗପୁର ବ୍ଳକରେ ମଧ୍ଯ ଏହି କଳସ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଭାଯାତ୍ରାର ପୁରଧା ଥିଲେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ , ଇଂ ରାମଚନ୍ଦ୍ର ହାଁସଦାଃ ଓ ଫାଗୁରାମ ମାର୍ଣ୍ଡିଙ୍କ ସହ ଶତାଧିକ BJP କର୍ମକର୍ତ୍ତା ମାନେ ପବିତ୍ର ସ୍ଥାନରୁ ପବିତ୍ର ମାଟି ସଂଗ୍ରହ କରି ଅମୃତ କଳସରେ ଦେଇଥିଲେ । ଭୂବନେଶ୍ବରରୁ ମାଷ୍ଟର କ୍ୟାଣ୍ଟିନ ଠାରୁ ଏକ ସଭାଯାତ୍ରାରେ ଷ୍ଟେସନ ପର୍ଯ୍ୟନ୍ତ ନେଇଥିଲେ । ଷ୍ଟେସନରୁ ଟ୍ରେନ୍ ଯୋଗେ ଦିଲ୍ଲୀକୁ ନେଇକି ଯିବେ ବୋଲି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଶହସ୍ରାଧିକ କର୍ମକର୍ତ୍ତାଙ୍କ ଯୋଗ ଦାନ ସହ ଉତ୍ସାହ ଦେଖିବାକୁ ମିଳିଥିଲା ।