ଦୁଆରଶୁଣୀ ଘାଟିରେ ଦୁର୍ଘଟଣା : କାରକୁ ଧକ୍କା ଦେଲା ଟ୍ରକ , ୨ମହିଳା ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି-ଦୁଆରଶୁଣି ଘାଟିରେ ଅପରାହ୍ନରେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କାରେ କାର ପଛରେ ବସିଥିବା ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି । ସେମାନେ ସମ୍ପର୍କରେ ୨ଯାଆ । ଦୁର୍ଗାପୂଜା ଅବସରରେ ଖଡଗପୁର ଏକ ପରିବାର ଘାଟିରେ ପୂଜା ପାଉଥିବା ମା ଦୁଆରଶୁଣୀଙ୍କୁ ପୂଜା ସାରି କାରରେ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା ।

ସକାଳେ ପୂର୍ବରୁ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ ପାର୍ଶ୍ଵ ଦେଇ ପାରି ସମୟରେ ମହିଳା ଦ୍ବୟ ବସିଥିବା କାର ସମ୍ମୁଖରୁ ଆସୁଥିବା ଟ୍ରକ ପାଇଁ ଅଟକିବାରୁ ପଛରେ ଆସୁଥିବା ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ କାର ପଛରେ ବସିଥିବା ମହିଳା ଚାପି ହୋଇ ପ୍ରାଣ ହରାଇଥିଲେ । ସମ୍ମୁଖରେ ୨ଭାଇ ଓ ଛୁଆ ଆହତ ହୋଇଥିଲେ ହେଁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣିଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟକ୍ରକୁ ପୁଲିସ ଜବତ କରିଥିବା ବେଳେ ଟ୍ରକ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।