ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ମାନଙ୍କରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି ଚିତ୍ରକର ସେବକ

ରଥଖଳାରେ ଆଗେଇ ଚାଲିଛି ବିଶ୍ୱ ନିଅନ୍ତାଙ୍କ ଦିବ୍ୟ ରଥ ନିର୍ମାଣ କାର୍ଯ୍ୟ ।ୟା ଭିତରେ ୫୪ ଦିନ ବିତିଗଲାଣି।ନିହାଣ,ମୁଗୁର,ବାରିସି ର ଠକଠକ ଶବ୍ଦ , ରଥଖଳାରେ ଗୁଞ୍ଜରିତ ହୋଇ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବାର ପ୍ରମାଣ ଦେଉଚ୍ଛି ।ସେପଟେ ବିଦ୍ଧିବଦ୍ଧ ଭାବରେ ଆରମ୍ଭ ହୋଇଛି ଚିତ୍ର କାମ ।ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ଚିତ୍ରକର ସେବକ। ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ମାନଙ୍କରେ ଚିତ୍ର ବା ରଙ୍ଗ ଦେବା ଆରମ୍ଭ କରିଛନ୍ତି ଚିତ୍ରକର ସେବକ ।

ଗତକାଲି ସୁଦ୍ଧା ତିନିରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସ୍ଥାପିତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଛି ତିନିରଥର ତେର ପରସ୍ତର – ପୋଟଳ କାର୍ଯ୍ୟ । ରଥର ଶେଷ ଭୂଇଁ ଉପରୁ ନିର୍ମାଣ ହୋଇଥାଏ ପୋଟଳ।ତିନିରଥର ଏକ ନମ୍ୱର ପୋଟଳ ସଂଯୋଗ ହେବା ପରେ ବାକି ୧୨ ପରାସ୍ତ ପୋଟଳ ପାରାଭାଡ଼ି କୁ ମିଶାଇ ନିର୍ମାଣ ହେବ।