ଭୁବନେଶ୍ୱର: ନାର୍କୋ ଟେଷ୍ଟ କରିବାକୁ ହେଲେ ହେବାକୁ ପଡିବନି ଖର୍ଚ୍ଚାନ୍ତ । କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ । କ୍ୟାପିଟାଲ ଅସ୍ପିଟାଲର ଓଟିରେ କରାଯିବ ନାର୍କୋ ପରୀକ୍ଷା ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅସନ୍ତା ମାସରୁ ଏହି ଟେଷ୍ଟ ହୋଇପାରେ ବୋଲି କୁହାଯାଉଥିବା ବେଳେ ଏନେଇ ଅବଶକ୍ୟ ଉପକରଣ ଆସିସାରିଛି ବୋଲି କୁହାଯାଉଛି । ତେବେ ଏନେଇ ଆଜି ଟ୍ରେନିଂ ପାଇଁ ଯାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ।