ଆଠଗଡ଼ ନିର୍ବାଚନ ମଣ୍ଡଳୀର ଦୁଇ ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ  

ଆଠଗଡ଼ : ଆଜି କଟକ ଜିଲା ଆଠଗଡ଼ ନିର୍ବାଚନମଣ୍ଡଳୀରେ ଓଡିଶା ସରକାରଙ୍କ ଦ୍ଵାରା ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି। ମାନ୍ୟବର  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, 5t ସଚିବ ଭି କେ ପାଣ୍ଡିଆନ୍ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଆଠଗଡ ବ୍ଲକର 34 ଟା  ପଞ୍ଚାୟତକୁ 50 ଲକ୍ଷ୍ୟ ହିସାବରେ 17 କୋଟି  ମଞ୍ଜୁରୀ କରିଛନ୍ତି। ଆଠଗଡ଼ ପ୍ରଶାସନ  ଆଠଗଡ଼ରେ ମାନ୍ୟବର  କୃଷି ଓ କୃଷକ ସଶକ୍ତକରଣ ମତ୍ସ୍ୟ ସମ୍ପଦ  ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ଵାଇଁ ତତ୍ବାବଧାନରେ 10,000 ଉର୍ଦ୍ଧ ଲୋକ ଯୋଗଦେଇଥିଲେ l