ଦେଶରେ ୫ଟି ରାଜ୍ୟର ନିର୍ବଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଘୋଷଣା ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର ୭ ତାରିଖରେ ମିଜୋରାମ , ସେହିପରି ନଭେମ୍ବର ୭ ଏବଂ ୧୭ତାରିଖରେ ଛତିସଗଡ ଏବଂ ୧୭ ତାରିଖରେ ରାଜସ୍ଥାନ , ସେହିପରି ୨୩ ତାରିଖରେ ମିଜୋରାମ ଏବଂ ନଭେମ୍ବରରେ ୩୦ ତରିଖରେ ତେଲେଙ୍ଗାନାରେ ଭୋଟ ଗ୍ରହଣ ହେବ । ସେହିପରି ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ବୋଲି କୁହାଯାଉଛି । କେବଳ ଛତିଶଗଡରେ ୨ଟି ପର୍ୟ୍ୟାୟରେ ହେବ ନିର୍ବାଚନ । ଡିସେମ୍ବର ୫ ତାରିଖରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ସରିବ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ୫ ଟି ରାଜ୍ୟର ସମସ୍ତ ୬୭୯ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ ଟି ରାଜ୍ୟରେ ୭.୮ କୋଟି ମହିଳା ଭୋଟର ଅଛନ୍ତି । ମଧ୍ୟପ୍ରଦେଶରେ ୫.୬ କୋଟି ଭୋଟର ଅଛନ୍ତି । ରାଜସ୍ଥାନରେ ୫.୨୫ କୋଟି ଭୋଟର ଅଛନ୍ତି । ଛତିଶଗଡରେ ୨.୦୩ କୋଟି ଭୋଟର ଭୋଟ୍ ଦେବେ । ମିଜୋରାମରେ ୮.୨୫ ଲକ୍ଷ ଭୋଟର ଭୋଟ୍ ଦେବେ । ଏହି ରାଜ୍ୟଗୁଡିକରେ ୬୦.୨ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ।