ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟ୍ଯାଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ୱର: ଜୀସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋଗୃହଲକ୍ଷ୍ମୀଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀସାର୍ଥକରେ ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଏକତାର ଏକ ବଳିଷ୍ଠ ଉଦାହରଣ ଗୃହଲକ୍ଷ୍ମୀ ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଦର୍ଶନୀୟ ହେବ | ଏହି ରିୟ୍ଯାଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି ଏଥି ପାଇଁ ଅଡିସନ ଆରମ୍ଭ ହୋଇଯାଇଛି   ଅକ୍ଟୋବର ତାରିଖରେ କଟକରେ  ସକାଳ ୯ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଡିସନ୍ ହେବ। ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁଜୀସାର୍ଥକ ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁଗୃହଲକ୍ଷ୍ମୀଟିମ ପକ୍ଷରୁ ସୂଚନା ଦିଆଯାଇଛି ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ। ଏହି କାର୍ଯ୍ୟକ୍ରମରସହ ପ୍ରାୟୋଜକ ଅଛନ୍ତି ଖିମଜୀ। ଜୀସାର୍ଥକର ଏହିଗୃହଲକ୍ଷ୍ମୀଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ପରିବାର ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟ୍ଯାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି