ନିର୍ବାଚନର ତାରିଖ ଘୋଷଣା ହେବାକୁ ଅନେକ ଦିନ ବାକିଥିବା ବେଳେ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତି ମଣ୍ଡଳଙ୍କ ଧାମନଗର ବିଧାୟକ ପାର୍ଥୀ ଘୋଷଣା ଭଦ୍ରକ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି l ଉପନିର୍ବାଚନରେ ପରାଜୟ କାରଣ ଦଳୀୟ କନ୍ଦଳ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ନେତୃତ୍ୱ ଭଦ୍ରକର କିଛି ଛାମୁଆ ନେତାଙ୍କ ଉପରେ ନାଖୁସ ଅଛନ୍ତି l ଏହାରି ଭିତରେ ଧାମନଗର ବିଜେଡିର ପଦଯାତ୍ରା ବେଳେ ଆଗାମୀ ନିର୍ବାଚନ ଧାମନଗରରୁ ବିଧାୟକ ହେବେ ସଞ୍ଜୟ ଦାସ ଉକ୍ତି ଦଳ ଭିତରେ ଏକ ନୂଆ ବିବାଦ ସୃଷ୍ଟି କରିଛି l
ଉପନିର୍ବାଚନ ବିଜୟ ପରେ ବିଧାୟକ ସୂର୍ଯବଂଶୀ ଯେଭଳି ଭାବେ ପ୍ରଶ୍ନ ଉତ୍ଥାପନ କରୁଛନ୍ତି ତାହା ସାରା ଓଡ଼ିସା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ନିର୍ବାଚନ ମଣ୍ଡଳୀରେ ଥିବା ବିବାଦକୁ ଦୂର କରି କୌଣସି ଟାଣୁଆ ନେତା ଧାମନଗରରୁ ପାର୍ଥି କରିବାକୁ ଚାଁହୁଛି ଦଳ l ଏଭଳି ପରିସ୍ଥିତିରେ ଭଦ୍ରକ ସାଂସଦଙ୍କ ସ୍ୱାମୀ ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ଏମିତି ବୟାନ ତାଙ୍କ ପାଇଁ ବୁମେରା ହେଇପାରେ l 2019ରେ ବିଜେଡିର ବିଧାୟକ ପାର୍ଥି ରାଜୁ ଦାସଙ୍କ ପରାଜୟର କାରଣ ମୁକ୍ତିକାନ୍ତ ବୋଲି ଚର୍ଚ୍ଚା ହେଉଥିଲା l ଏବେ ଚର୍ଚ୍ଚା ଭଦ୍ରକ ବିଜେଡିରେ ମୁଖିଆ କିଏ l ଦଳର ସୁପ୍ରିମୋ ଯେମିତି ପଦେକ୍ଷପ ନେଉଛନ୍ତି ହୁଏତ ସୁଲତା ଦେଓଙ୍କ ଅବସ୍ଥା ଭୋଗିବାକୁ ପଡିପାରେ ମୁକ୍ତିକାନ୍ତଙ୍କୁ l