୯ ଦିନ ପରେ ବିସର୍ଜନ ହେଲେ ଗଜାନନ

ରବିନ୍ଦ୍ର କୁମାର ସାହୁ /ରାୟଗଡ଼ା:ରାୟଗଡ଼ା ଜିଲ୍ଲା ସଦର ଟ୍ରକ୍ ୟୁନିଅନ ଠାରେ ଆୟୋଜିତ ଗଣେଶ ପୂଜାର ବିସର୍ଜନ ନଅ ଦିନ ପରେ ବହୁ ଆଡମ୍ବର ରେ ଅନୁଷ୍ଟିତ ହୋଇଯାଇଛି। ଟ୍ରକ୍ ୟୁନୀୟନ୍ ସଭାପତି ଶ୍ରୀଯୁକ୍ତ ୱାଇ.କଣ୍ଡ।ବ।ବୁଙ୍କ ଉପସ୍ଥିତି ସହ ୟୁନିଅନର ସବୁ କର୍ମଚାରୀ, ଟ୍ରକ୍ ମାଲିକ, ଡ଼୍ରାଇଭର, ସହ ସ୍ଥାନୀୟ ସହ ସହ ଲୋକଙ୍କ ଗହଣରେ ବିସର୍ଜନ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ଟ୍ରକ୍ ୟୁନୀୟନ୍ ରୁ ପ୍ରଭୁ ଶ୍ରୀଗଣେଶ ଙ୍କୁ ଆଦର ସହ ଡିଜେ ବାଜା ସହ ସହର ପରିକ୍ରମା କରାଇ ନାଗାବଳୀ ନଦୀ ଚପଳରାଉ ଠାରେ ବିଶର୍ଜନ କରଯାଇଥିଲା। ସୁରକ୍ଷା ପାଇଁ ରାୟଗଡ଼ା ପୋଲିସର ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଏହି ବିସର୍ଜନ କାର୍ୟ୍ୟକ୍ରମର ସମାପନ ହୋଇଥିଲା ।