ବିରୋଧୀଙ୍କୁ ଶୂନ୍ୟକାଳରେ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ

ଭୁବନେଶ୍ୱର : ବିରୋଧୀଙ୍କୁ ଶୂନ୍ୟକାଳରେ ଟାର୍ଗେଟ କଲେ ବିଜେଡି ବିଧାୟକ ଅରୁଣ ସାହୁ | ବିରୋଧୀ ଜ୍ଞାନ ବାଣ୍ଟୁ ଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି | ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ ବୋଲି କହି ଟାର୍ଗେଟ କରିଛନ୍ତି ଅରୁଣ | ଏପଟେ ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ ଭଲ ନାହିଁ, ସମ୍ପୁର୍ଣ୍ଣ ତଥ୍ୟ ନେଇକି ଆସ ବୋଲି କହିଛନ୍ତି ଅରୁଣ ସାହୁ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ କହୁଛନ୍ତି ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଯାଉନାହାନ୍ତି ତେବେ କୋଭିଡରେ କିଏ ଯାଉଥିଲେ? 5-T ହେଉଛି ଏକ Concept, ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି | 5-T କୁ ଦୁଇ ମିଶ୍ର ପିଇ ଦେଇଛନ୍ତି | 5-T ଯୋଗୁଁ କଣ ହୋଇଛି ଆଗ ନିଜ ନିର୍ବାଚନ ଅଂଚଳର ବିକାଶକୁ ଦେଖନ୍ତୁ ବୋଲି ଶୂନ୍ୟକାଳରେ ଟାର୍ଗେଟ କରିଛନ୍ତି | ସେ ବିତର୍କକୁ ଆହ୍ୱାନ କରି କାହିଁଛତି ଯେ, ଯଦି 5-T ଦ୍ୱାରା ତାଙ୍କ ଅଂଚଳରେ କିଛି ହୋଇନଥିବ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି | ସୁସ୍ଥ ମସ୍ତିଷ୍କ ନେଇ ବିଧାନସଭା ଆସନ୍ତୁ, ମେଣ୍ଟାଲ ହେଲଥ ଡ଼ିଜଅର୍ଡର ଅଛନ୍ତି ବିରୋଧୀ |