ବଲାଙ୍ଗୀରରେ ଅତି ପ୍ରବଳ ବର୍ଷା, ସ୍ଥିତି ବେହାଲ: ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା

ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀରୁ ନେଇ ବେସରକାରୀ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗତକାଲି ରାତିରୁ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି | କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରିଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ | ପ୍ରତି ବ୍ଲକ୍ ଓ ତହସିଲ ପାଇଁ ଜାରି ହୋଇଛି ଜରୁରୀକାଳୀନ ନମ୍ବର | ଜଳବନ୍ଦୀ ଓ ବନ୍ୟା ଆଶଙ୍କାକୁ ଦେଖି ସହାୟତା ନମ୍ବର ଜାରି |

ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୨୧୫ ମିଲି ମିଟର ବର୍ଷା, ଜଗତ୍‌ସିଂହପୁରରେ ୧୭୭.୨, କେନ୍ଦ୍ରାପଡାରେ ୧୩୨.୪ ଏବଂ ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୫୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ରେଡ଼ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକରେ ହିଁ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଅଞ୍ଚଳରେ ବର୍ଷାର ପରିମାଣ ୨୦ସେମିରୁ ଅଧିକ ରହିପାରେ। ଆଜି ପ୍ରବଳ ବର୍ଷା ରହିବ, ଆସନ୍ତାକାଲି ବର୍ଷାର ପରିମାଣ ଧିରେ ଧୀରେ କମିବ। ଯେଉଁସବୁ ଅଞ୍ଚଳରେ ୨୦ ମିଲି ମିଟର ବର୍ଷା ହୋଇଛି ସେହି ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତଳୁଆ ଅଞ୍ଚଳରେ ପାଣି ଜମି ରହିବ। ‌ସେଥିପାଇଁ ଘର ଭୁଶୁଡ଼ିବା ଆଶଙ୍କା ମଧ୍ୟ କରାଯାଉଛି।