ଭାରତକୁ ମିଳିଛି ବଡ଼ ସଫଳତା

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନର ଅଧକ୍ଷତା କରୁଥିବା ଭାରତକୁ ମିଳିଛି ବଡ଼ ସଫଳତା । ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରକୁ ମିଳିଛି ଜି-୨୦ର ମଞ୍ଜୁରୀ। ଭାରତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଘୋଷଣାପତ୍ରରେ ଥିବା ସବୁ କଥାରେ ଓ ଯୋଜନାରେ ଜି-୨୦ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାରର ଆପତ୍ତି ଉଠାଇ ନାହାନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି- ଆମେ ଟିମର କଠିନ ପରିଶ୍ରମ ଯୋଗୁ ନୂଆଦିଲ୍ଲୀ ଜି୨୦ ଲିଡର୍ସ ସମ୍ମିଳନୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି। ଏହି ଘୋଷଣାପତ୍ରକୁ ଗ୍ରହଣ କରିବାକୁ ମୋର ପ୍ରସ୍ତାବ ରହିଥିଲା। ଏହାକୁ ସମସ୍ତେ ଗ୍ରହଣ କରିଛନ୍ତି। ଘୋଷଣାପତ୍ରରେ ସବୁ ଜି-୨୦ ରାଷ୍ଟ୍ର ଏକମତ ହୋଇଥିବା କଥା ଜି-୨୦ ସେରପା ଅମିତାଭ କାନ୍ତ ସୂଚନା ଦେଇ କହିଛନ୍ତି, ଜି-୨୦ ଘୋଷଣାପତ୍ରକୁ ୧୦୦% ସହମତି ଆଧାରରେ ମଞ୍ଜୁରୀ ମିଳିଛି।