ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଶେଷ ସପ୍ତାହରେ ଲୋକସଭାରେ ଅନସ୍ଥା ପ୍ରସ୍ତାବ ଉପରେ ଆଲେଚନା ଚାଲିଛି । ଆଜି ହେଉଛି ଆଲେଚନାର ଦ୍ୱିତୀୟ ଦିନ । ଆଲେଚନା ସମୟରେ ସଂସଦ ଖୁବ ହଙ୍ଗାମା ଦେଖିବାକୁ ମିଳିଥିିଲା ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଜ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିଛନ୍ତି । ଆଉ ନିଜ ବକ୍ତବ୍ୟ ପ୍ରଥମରୁ ହିଁ ରାହୁଲ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଥିଲେ ଯେ ଗତଥର ଯେତେବେଳେ ମୁଁ ଲୋକସଭାରେ ମୋର ବକ୍ତବ୍ୟ ରଖିଥିଲି, ସେତେବେଳେ ମୁଁ ଆଦାନୀ ଜୀ ଉପରେ ଧ୍ୟାନ ଦେଇଥିଲି, ତେଣୁ ବିଜେପିର କିଛି ବରିଷ୍ଠ ନେତା ଟିକିଏ ଯନ୍ତ୍ରଣା ଅନୁଭବ କଲେ। କିନ୍ତୁ ମୁଁ କେବଳ ସତ କହିଥିଲି। ଆଜି ଯେଉଁମାନେ ବିଜେପିର ବନ୍ଧୁ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। କାରଣ ଆଜି ମୋର ଭାଷଣ ଆଦାନୀ ଉପରେ ନାହିଁ ବୋଲି ରାହୁଲ କହିଥିଲେ।
ଏଥି ସହିତ ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରି ସରକାରଙ୍କୁ ମଣିପୁର ପ୍ରସଙ୍ଗ ଉପରେ ଟାର୍ଗେଟ କରିଥିଲେ। ରାହୁଲ କହିଥିଲେ ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି। ବିଜେପି ପୂରା ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରିଛି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ଗଲେ ନାହିଁ। ବୋଧହୁଏ ମଣିପୁର ପ୍ରଧାନମନ୍ତ୍ରୀଙ୍କ ଭାରତରେ ଆସୁନାହିଁ। ରାହୁଲ୍ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବିଶ୍ବାସଘାତକ। ମଣିପୁରରେ ଭାରତକୁ ହତ୍ୟା କରିଥିବାରୁ ସେ ଜାତୀୟତାବାଦୀ ନୁହନ୍ତି। ଗୁରୁତ୍ବାରୋପ କରି ରାହୁଲ୍ ଗାନ୍ଧୀ କହିଛନ୍ତି, ଦିନକ ଭିତରେ ଭାରତୀୟ ସେନା ମଣିପୁରକୁ ଶାନ୍ତି ଫେରାଇ ଆଣିପାରିବ। କିନ୍ତୁ, ସରକାର ସେନାର ସେବା ବ୍ୟବହାର କରୁନାହାନ୍ତି।