ହିଞ୍ଜିଳିକାଟୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୧୪ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଦ୍ବିତୀକୃଷ୍ଣ ସାବତ ଙ୍କ ପୌରହିତରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟ ବ୍ୟକ୍ତା ରୂପେ ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ପରିଚାଳନା କମିଟି ସମ୍ପାଦକ ଇ. ରାମପ୍ରସାଦ ପାତ୍ର,ପ୍ରଧାନଶିକ୍ଷକ ଏ.ଶଙ୍କର ଆଚାରୀ ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ରୀ ଆଚାରୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ଶିକ୍ଷାର ଉପାଦେୟତା ତଥା କର୍ତ୍ତବ୍ୟନିଷ୍ଠା ଉପରେ ଶିଶୁଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ପଟ୍ଟନାୟକ ବିଜ୍ଞାନର ଆବଶ୍ୟକତା ବିଷୟରେ ଉଦବୋଧନ ଦେଇଥିଲେ। ଶେଷରେ ଅତିଥି ମାନେ ବିଚାରକ ମଣ୍ଡଳୀ ଚୟନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ସମ୍ପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁଜୀ ଗୁରୁମା, ଛାତ୍ର,ଛାତ୍ରୀ ଓ ଅଭିଭାବକ ଏହି ସଭାରେ ଉପସ୍ଥିତ ଥିଲେ।