ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନିକୋବର ଦ୍ୱୀପରେ ଭୂମିକମ୍ପ ଅନୁଭୁତ ହୋଇଛି । ଏହା ଆଜି ଭୋର ୫.୪୦ମି ସମୟରେ ଅନୁଭୁତ ହୋଇଥିବା ସୂଚନା ଦେଇଛି ‘ ନ୍ୟାସନାଲ୍ ଫର ସିସମୋଲୋଜି’ ।ତେବେ ଏହି ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୫.୦ ରେକର୍ଡ କରାଯାଇଥିବା ବେଳେ ଭୂଗର୍ଭର ୧୦ମିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଥିବା କୁହାଯାଉଛି । ଏନେଇ ଟୁଇଟ୍ କରି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ଲେଖିଛି, ଅଗଷ୍ଟ ୨ ତାରିଖ ଭୋର୍ ୫:୪୦:୧୧ରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଅକ୍ଷାଂଶ ୯.୩୨ ଓ ଦ୍ରାଘିମା ୯୪.୦୩ ଅନ୍ତର୍ଗତ ନିକୋବର ଦ୍ବୀପ ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି। ଏହା ପୂର୍ବରୁ ଜୁଲାଇ ୨୮ ତାରିଖ ରାତି ୧୨:୫୩ରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା।