ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଅରୁଣାଚଳ ପ୍ରଦେଶର ପାନଙ୍ଗିନର ଉତ୍ତରରେ ଏହି ଭୂକମ୍ପ ଝଟକା ଅନୁଭୁତ ହୋଇଥିବା କୁହାଯାଉଛି । ତେବେ ଏହି ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୦ରୋକର୍ଡ କରାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷତି ହୋଇନଥିବା ବେଳେ ଏହା ପୂର୍ବରୁ ମଧ୍ୟ ଜୁଲାଇ ୨୨ ତାରିଖରେ ଏଠାରେ ଭୂକମ୍ପ ଅନୁଭୁତ ହୋଇଥିଲା । ତେବେ ତାହାର ତିବ୍ରତା ରିକ୍ଟର ସ୍କେଲରେ ୩.୩ ରେକର୍ଡ କରାଯାଇଥିଲା ।