ରାଇରଙ୍ଗପୁର /ସତ୍ୟାନାରୟଣ ପାଲ : ସ୍ତ୍ରୀର ପରକୀୟା ପ୍ରୀତି ନେଲା ନିରୀହ ଦିବ୍ୟାଙ୍ଗ ଝିଅର ଜୀବନ , ପ୍ରେମିକର ଝିଅକୁ ପନିକି ରେ ହାଣି ହତ୍ୟା କଲା ସ୍ୱାମୀ l ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହୀଶାଣି ଥାନା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ଅନ୍ତର୍ଗତ ସରଣ୍ଡା ଗ୍ରାମ ରେ l ଘରେ କେହି ନଥିବାର ସୁଯୋଗ ନେଇ ଦିବ୍ୟାଙ୍ଗ ଲିଲି ଗିରି(ବୟସ 15)କୁ ରେପ ମୁର୍ମୁ ନିଶାସକ୍ତ ଅବସ୍ଥା ରେ ଆସି ପନିକି ରେ ହାଣି (ଗଳା କାଟି) ହତ୍ୟା କରିଛି। ସୂଚନା ଅନୁସାରେ ଲିଲି ଗିରି ର ବାପା କୃଷ୍ଣ ଗିରି, ରେପ ମୁର୍ମୁ ଙ୍କ ସ୍ତ୍ରୀ ସୁମିତା ମୁର୍ମୁ ଙ୍କୁ ୬ମାସ ହେଲା ଭଲ ପାଇ ନେଇଯାଇଥିଲେ । କିଛି ଦିନ ତଳେ କୃଷ୍ଣ ଗିରି ଓ ସୁମିତା ମୁର୍ମୁ ଦୁହେଁ ଘରକୁ ଫେରି ଆସିଥିଲେ l ଏସବୁ କୁ ଦେଖି ସହି ପାରୁନଥିଲା ରେପ ମୁର୍ମୁ l ଆଜି ଦିନବେଳେ ଘରେ କେହି ନଥିବାର ସୁଯୋଗ ନେଇ ନିଶା ଶକ୍ତ ଅବସ୍ଥା ରେ ଆସି ଏକ ପନିକି ଯୋଗେ, ଦିବ୍ୟାଙ୍ଗ ଲିଲି ର ବେକ କାଟି ହତ୍ଯା କରିଥିଲା l ଏ ଘଟଣା ସମ୍ବନ୍ଧରେ ଖବର ପାଇ, ସ୍ଥାନୀୟ ପୁଲିସ ତଥା ବାରିପଦା ରୁ ଏକ ସାଇଣ୍ଟିଫିକ୍ ଟିମ୍ ଆସି ଏହାର ଅନୁସନ୍ଧାନ କରି ତର୍ଜମା କରିଥିଲେ l ଅଭିଯୁକ୍ତ ରେପ ମୁର୍ମୁ କୁ ପୁଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ସୂଚନା ମିଳିଛି ।