କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ

କଟକ:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ତେବେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ପୂର୍ବରୁ କଟକର ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଗସ୍ତ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ।

କଟକରେ ଥିବା ନେତାଜୀ ସଂଗ୍ରହାଳୟକୁ ଯିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାସହ ନେତାଜୀଙ୍କ ସ୍ମୃତି ସହ ଜଡିତ ସଂଗ୍ରହାଳୟ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂଗ୍ରହାଳୟ ବୁଲି ଦେଖିବା ପରେ ଏବେ କଟକ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା କାର୍ୟ୍ୟକ୍ରମରେ ଯୋଗ ଦେବେ । ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ।