ଭୁବନେଶ୍ୱେର: ଏକ ନିଚ୍ଛକ ଓଡିଆ କାହାଣୀଙ୍କୁ ନେଇ ପ୍ରସ୍ତୁତ ହୋଇଛି ‘ଉଦଣ୍ଡୀ ସୀତା’ । ଏହା ଖୁବ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ଏହି କାହାଣୀଟି ଓଡିଶାର କୃଷଙ୍କୁୁ ନେଇ ନିର୍ମିତ ହୋଇଛି । ତେବେ ଏହି ଫିଲ୍ମଟି ସ୍ୱର୍ଗତଃ ପିଣ୍ଟୁ ନନ୍ଦଙ୍କ ଶେଷ ଚଳଚ୍ଚିତ୍ର ବୋଲି ଜଣାପଡ଼ିଛି ।‘ଉଦଣ୍ଡୀ ସୀତା’ ଜଣେ କୃଷକର ଜୀବନକୁ ନେଇ ର୍ନିମିତ ହୋଇଛି । ଜଣେ କୃଷକ ସାରା ଜୀବନ ଚାଷରେ ନିର୍ଭର ହୋଇଥାଏ । ଯେତେବେଳେ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳିନଥାଏ, ସେ ଦୁଃଖ କାହାକୁ ଜଣାଇପାରେ ନାହିଁ ।
‘ଉଦଣ୍ଡୀ ସୀତା’ ଚଳଚ୍ଚିତ୍ରଟି ସେହିଭଳି ଜଣେ କୃଷକର କାହାଣୀକୁ ନେଇ ନିର୍ମିତ ହୋଇଛି । ଟ୍ରେଲରରେ ଦେଖିବାକୁ ମିଳୁଛି ସୀତା(ଦେବଜାନି) ଜଣେ ସାଧାରଣ କୃଷକ ପରିବାରର ଝିଅ । ସେ କୃଷି ବିଜ୍ଞାନରେ ପାଠ ପଡିବା ପାଇଁ ସହରକୁ ଆସିଛନ୍ତି । ସେଠାରୁ ଭଳ ନମ୍ବରରେ ପାସ ମଧ୍ୟ କରିଛନ୍ତି, ଫଳରେ ସହରରେ ତାଙ୍କର ଚାକିରି ହୋଇଯାଇଛି । କିନ୍ତୁ ସେ ଚାକିରିକୁ ମନାକରି ନିଜ ଗାଁରେ କୃଷକଙ୍କ ପାଇଁ କିଛି କରିବାକୁ ଫେରି ଆସିଛନ୍ତି । ଯେତେବେଳେ କୃଷକଙ୍କ ପାଇଁ କିଛି କରିବାକୁ ଚାହିଁଛନ୍ତି ସେତେବେଳେ ତାଙ୍କ ବାପା ଆତ୍ମହତ୍ୟ କରିଛନ୍ତି । ଏଭଳି କିଛି ନିଚ୍ଛକ କାହାଣୀକୁ ନେଇ ନିର୍ମିତ ହୋଇଛି କାହାଣୀ । ଏହି ଚଳଚ୍ଚିତ୍ରରେ ଦେବଜାନୀ ମୁଖ୍ୟ ଭୁମିକାରେ ଅଛନ୍ତି । ଏହାର ପ୍ରଯୋଜିତ କରିଛନ୍ତି ଅଶ୍ୱିନ ତ୍ରୀପାଠୀ । ଓଡିଆ ଚଳଚ୍ଚିତ୍ରର ଏବେ ସ୍ୱର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ଦମନ, ପ୍ରତୀକ୍ଷା, ଡେଲିଭର ବୟ ପରି ସିନେମା ଓଡିଆ ଦର୍ଶକଙ୍କୁ ସିନେମା ମୁହାଁ କରିଛି । ସେହିପରି ‘ଉଦଣ୍ଡୀ ସୀତା’ ପାଇଁ ଅପେକ୍ଷା କରିଛନ୍ତି ।