ମିଛ ଫୋନ ପେ ଦେଖାଇ ଛୁ ମାରୁଥିଲେ ଯୁବତୀ, ଧରି ପକାଲଲେ ଦୋକାନୀ

ଭୁବନେଶ୍ୱର: ଫଳ ଦୋକାନକୁ ଆସିଲେ । ବାଛି ବାଛି ୩ କିଲୋ ସେଓ ବ୍ୟାଗରେ ଭର୍ତ୍ତି କଲେ । କ୍ୟାସ ନଥିବାରୁ ଫୋନ ପେ ଜରିଆରେ ଟଙ୍କା ଦେବାକୁ କହିଥିଲେ । ବାରକୋଡ ସ୍କାନରରେ ସ୍କାନ କଲେ , ଭିଡ ସୁଯୋଗରେ ପଳାଇଗଲେ । ଏପଟେ ଆକାଣ୍ଟକୁ ଟଙ୍କା ନ ଆସିବା ଜାଣି ଦୋକାନୀ ତାଙ୍କ ପିଛା କଲେ । ଅଧା ବାଟରେ ଧରି ପକାଇଲେ । ତା ପରେ ଯୁବତୀଙ୍କ ଅକଲଗୁଡୁମ । ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଶୌଳଶ୍ରୀ ବିହାରରେ । ସୋମବାର ଅପରାହ୍ନ ୪ଟା ନୀଳାଦ୍ରୀ ବିହାର ସେକ୍ଟର ୫ରେ ରହୁଥିବା ଶୁଭସ୍ନିତା ଶୈଳଶ୍ରୀ ବିହାରରେ ଥିବା ଏକ ଫଳ ଦୋକାନକୁ ଆସିଥିଲେ । ଦୋକାନୀ ଫଳ କିଲୋ କେତେ ପଚାରିଥିଲେ । ସେଓ କିଲୋ ୨୨୦ ଟଙ୍କା ବୋଲି ଦୋକାନୀ ତାଙ୍କୁ କହିଥିଲେ । ୨୦୦ଟଙ୍କା ୩ କିଲୋ ନେବେ ବୋଲି ଶୁଭସ୍ନିତା ଦର ଛଡାଇଥିଲେ । ଭଲ ସେଓ ବାଛି ବାଛି ୩ କିଲୋ ବ୍ୟାଗରେ ଭର୍ତ୍ତି କରିଥିଲେ । ଦୋକନୀକୁ କହିଥିଲେ ପାଖରେ କ୍ୟାସ ନାହିଁ ଫୋନ ପେ ରେ ଟଙ୍କା ଦେବେ । ଦୋକାନୀ ତାଙ୍କୁ ଏକ ସ୍କାନ ଦେଖାଇଥିଲେ । ଶୁଭସ୍ନିତା ସେଥିରେ ସ୍କାନ କଲେ । ତାହା ପ୍ରୋସେସିଂରେ ରହିଥିଲା । ଏହି ସମୟରେ ଅନ୍ୟ ଦୁଇ ଗ୍ରାହକ ଅଙ୍ଗୁର କିଣିବାକୁ ଆସିଥିଲେ ।

ଏହି ସୁଯୋଗରେ ଟଙ୍କା ପଳାଇଯାଇଥିବା କହି ସେଠାରୁ ଚମ୍ପଟ ମାରିଥିଲେ ଶୁଭଶ୍ମିତା । ଦୋକାନୀ ମୋବାଇଲ ଦେଖିବା ପରେ ଜାଣିବାକୁ ପାଇଥିଲେ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ପାଖ ଦେକାନୀଙ୍କୁ ଧରି ତାଙ୍କ ପିଛା କରିଥିଲେ । ନୀଳାଦ୍ରି ବିହାର ଅଟୋ ଷ୍ଟାଣ୍ଡ ପାଖରେ ଶୁଭସ୍ନିତାଙ୍କୁ ଅଟକାଇଥିଲେ । ଫୋନ ପେ ରେ ଟଙ୍କା ଆସିନାହିଁ, ତୁରନ୍ତ ଟଙ୍କା ଦିଅ ବୋଲି ଦୋକାନୀ କହିଥିଲେ । ହେଲେ ପ୍ରଥମେ ଦୋକାନୀଙ୍କୁ ସେ ନାଲି ଆଖି ଦେଖାଇଥିଲେ । ଲୋକ ଘେରି ଯାଇ ପୁଲିସକୁ ଡାକିବାକୁ ଧମକ ଦେଇଥିଲେ । ପୋଲିସ ଆସିବା ଜାଣିବା ପରେ ସେ ନରମିଥିଲେ । ନିଜ ଭୁଲ ସ୍ୱୀକାର କରିଥିଲେ । ଟଙ୍କା ନାହିଁ ମୋ ହଷ୍ଟେଲ ପାଖକୁ ଯିବା ପରେ ସେ ତାଙ୍କର ଜଣେ ସାଙ୍ଗଙ୍କ ପାଖରୁ ୬୦୦ଟଙ୍କା ଆଣି ଦୋକାନୀକୁ ଦେଇଥିଲେ ।