ରେନକୋର୍ଟ ପିନ୍ଧି ଲୋକଙ୍କ ସମସ୍ୟା ବୁଝିଲେ ୫ଟି ସଚିବ

0

ଦେବଗଡ:ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦେବଗଡ ଗସ୍ତର ଶେଷଦିନ । ୫ଟି ସଚିବଙ୍କ ଆଗରେ ପିକା ପଡିଛି ବର୍ଷା । ଲୋକମାନେ ବର୍ଷାରେ ଭିଜି ୫ଟି ସଚିବଙ୍କୁ ଅପେକ୍ଷା କରିଥିିଲେ । ୫ଟି ସଚିବ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଦାବିପତ୍ର ଗ୍ରହଣ କରିବା ପାଇଁ ବର୍ଷା ପାଗରେ ରେନକୋଟ ପିନ୍ଧି ବାହାରିଥିଲେ। କାଦୁଅ ଚପ୍ ଚପ୍ ରାସ୍ତା ଥିଲେବି ଖାତିର ନକରି ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦାବି ଶୁଣିଛନ୍ତି।କେବଳ ଦାବି ଶୁଣି ନାହାନ୍ତି ବରଂ ଏହାର ସମାଧାନ ନେଇ ପ୍ରତିଶୃତି ଦେଇଛନ୍ତି। ତେବେ ବର୍ଷାରେ ଭିଜି ଭିଜି ଲୋକଙ୍କ ପାଖକୁ ଆସିଥିବା ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦେଖି ଲୋକେ ଖୁସି ହେବା ସହ ବେଶ୍ ପ୍ରଶଂସା କରିଛନ୍ତି।