ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ

0

ଆପଣମାନେ ମୋମୋ ଖାଉଛନ୍ତି କି ?
ତେବେ ଏବେ ଠାରୁ ହୁସିଆର ହୋଇ ଯାଆନ୍ତୁ
ଅଧିକ ମୋମା ଖାଇବା ହୋଇ ପାରେ କାଳ
 ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ
 ବିହାରର ଗୋପାଳଗଞ୍ଜରେ ଘଟିଛି ଏଭଳି ଅଭାବନୀୟ ଘଟଣା

ଆଜିକାଲି ଯୁବକ ଯୁବତୀମାନଙ୍କର ପ୍ରିୟ ଫାଷ୍ଟଫୁଡ ହେଉଛି ମୋମୋ । ତେବେ ଏହି ମୋମୋ ଜୀବନ ନେବା କଥା କେବେ ଶୁଣିଛନ୍ତି କି ? ହଁ ଦର୍ଶକ ବନ୍ଧୁ । ମୋମୋ ଖାଇ ଜଣେ ଯୁବକଙ୍କର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ବିହାରର ଗୋପାଳଗଜଂରେ ।

ଆସନ୍ତୁ ଜାଣିବା କ’ଣ ଘଟିଥିଲା ଘଟଣା । ବିହାର ଗୋପାଳଗଞ୍ଜର ବିପିନ୍ ନାମକ ଜଣେ ଯୁବକ ତାଙ୍କ ମୋବାଇଲ ଦୋକାନରେ ବସିଥିଲେ । ସଂଧ୍ୟାରେ ବିପିନଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଦୋକାନ ନିକଟକୁ ଆସି କଥା ହୋଇଥିଲେ । କଥା ହେଉ ହେଉ ମୋମୋ ଖାଇବା କଥା ଉଠିଥିଲା । ବିପିନିଙ୍କ ସାଙ୍ଗ ଚ୍ୟାଲେଞ୍ଜ ଦେଇଥିଲେ ମୋମୋ ଖାଇବା ନେଇ । ଦୁହେଁ ସାଙ୍ଗ ହୋଇ ନିକଟରେ ଥିବା ଏକ ଫାଷ୍ଟଫୁଡ ଦୋକାନକୁ ଯାଇଥିଲେ । ସେଠାରେ ବିପିନ ମୋମୋ ଖାଇବା ଆରମ୍ଭ କରିଥିଲେ ।

ଏହି ଭଳି ଭାବେ ବିପିନି ଗୋଟିଏ ପରେ ଗୋଟିଏ ମୋମୋ ଖ।।ଇ ଚାଲିଥିଲେ । ଖାଇ ଖାଇ ପାଖାପାଖି ୧୫୦ରୁ ଅଧିକ ମୋମୋ ଖାଇ ଦେଇଥିଲେ ବିପିନ । ଏହା ପରେ ସେ ଦୋକାନକୁ ଫେରି ଆସିଥିଲେ।ତେବେ କିଛି ସମୟ ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହା ପରେ ସେ ଘରକୁ ଚାଲି ଯାଇଥିଲା । ଘରେ ପହଂଚିବା ପରେ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ତାଙ୍କୁ ମେଡ଼ିକାଲ ନେଇଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଡାକ୍ତର ବିପିନିଙ୍କୁ ମୃତ ଘୋଷଣା କରିଥିଲେ ।