ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୁରିଯାଇଥିଲେ ମଧ୍ୟ ଏବେ ବି କାହାରି ମନରୁ ଲିଭିନି ସେ ରାତିର କାରୁଣ ଦୃଶ୍ୟ । ସେପଟେ ତଦନ୍ତକୁ ଜୋରଦାର ଚଳାଇଚି ସିବିଆଇ । ଏପଟେ ସିବିଆଇରେ ହାଜର ହେଲେଣି ଦୁଇ ରେଳ କର୍ମଚାରୀ । ସେମାନଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର ଏ ଏସ ପଟ୍ଟନାୟକ ଓ ସେଦିନ ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ଶଶୀ ଭୂଷଣ ମହାନ୍ତି ବି ହାଜର ହୋଇଛନ୍ତି । ତେବେ ଚନ୍ଦକା ଥାନାରେ ଦୁଇ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ଅନ୍ୟପଟେ ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ରିମାଣ୍ଡ ସରିବା ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହଜାର ହେବେ ଅଭିଯୁକ୍ତ । ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଅନ ପପୁ କୁମାର । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । ତେବେ ଏନେଇ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା ପରେ ଛାଡ଼ିଦେଇଛି ସିବିଆଇ ।