ହାଟଡିହି: ଆନନ୍ଦପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା, ୩ ଜଣଙ୍କ ବିରୋଧରେ କେନ୍ଦୁଝର ଏସପିଙ୍କ କାର୍ଯ୍ୟାନୁଷ୍ଠାନ | କର୍ତ୍ତବ୍ୟରେ ଅବହେଳା ପାଇଁ ବଦଳିଲେ ୩ ପୋଲିସ | ଜଣେ ଏଏସଆଇ, ୨ କନେଷ୍ଟବଳଙ୍କୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି |
ସୂଚନା ଅନୁସାରେ, ମୋବାଇଲ ଦୋକାନରୁ ଡକାୟତି ଅଭିଯୋଗରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର ସାହୁଙ୍କୁ ହଦଗଦ ଅଞ୍ଚଳରୁ ଗିରଫ କରିଥିଲା ଆନନ୍ଦପୁର ପୋଲିସ । ତେବେ ଥାନା ହାଜତରୁ କୌଶଳ କ୍ରମେ ଅମର ଚମ୍ପଟ ମାରିଥିବା ବେଳେ ଖୋଜାଖୋଜି କରି ତାଙ୍କୁ ଫକିରପୁର ବୈତରଣୀ ଘାଟରୁ ଧରିଥିଲା ପୋଲିସ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦାୟିତ୍ୱରେ ଥିବା ଏଏସ୍ଆଇ ଅନୁପ ଲୁବୁନ ଓ ଦୁଇ ଜଣ କନେଷ୍ଟବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକଙ୍କୁ ବଦଳି କରାଯାଇଛି।