ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର

ବ୍ୟୁରୋ: ଗୁଗଲ ସବୁବେଳେ ୟୁଜର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ଆଧୁନିକ ସମୟରେ ଟେକ୍ନୋଲୋଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି ।ଲୋକମାନେ ନିଜ ସମୟ ବଞ୍ଚାଇବା ପାଇଁ ଟ୍ରେନ ଅପେକ୍ଷା ଫ୍ଳାଇଟରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ଫ୍ଲାଇଟରେ ଯାତ୍ରା କରିବା ସମୟରେ ଯାତ୍ରୀ ମାନଙ୍କୁ ନିଜ ମୋବାଇଲ ଫୋନରେ ଫ୍ଲାଇଟ ମୋଡ ଅନ୍ କରିବାକୁ ପଡ଼ିଥାଏ । କିଛି ସମୟରେ ଆମେ ଫ୍ଲାଇଟ ମୋଡ ଅନ କରିବାକୁ ଭୁଲିଯାଉ ।

ତେବେ ନିକଟରେ ଗୁଗୁଲ ଏକ ନୂଆ ଫିଚର ଆଣିବାକୁ ଯାଉଛି । ସେହି ଫିଚରରେ ରହିବ ଫ୍ଲାଇଟରେ ବସିବା ମାତ୍ରେ ଆପେ ମୋବାଇଲ ଫ୍ଲାଇଟ ମୋଡ ହୋଇଯିବ । ଏହାକୁ ନେଇ ଗୁଗଲ ଏକ ପେଟେଣ୍ଟ ଦାଖଲ କରିଛି । ଏହାକୁ ନେଇ ଗୁଗଲ ଏକ ପେଟେଣ୍ଟ ଦାଖଲ କରିଛି । ବର୍ତ୍ତମାନ, ୟୁଜର୍ସମାନେ ବିମାନରେ ବସିବା ପରେ ଫ୍ଲାଇଟ୍ ମୋଡ୍ ଅନ୍ କରିବାକୁ ପଡ଼ିଥାଏ କିନ୍ତୁ ଏହି ଫିଚର ଆସିବା ପରେ ଯାତ୍ରୀଙ୍କ ଫୋନରେ ଫ୍ଲାଇଟ ମୋଡ ଆପେ ଅନ୍ ହୋଇଯିବ ।