ଆଜିଠୁ ୪ ଦିନ ବର୍ଷାର ପରିମାଣ ବଢିବ ;ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର: ଆଜିଠୁ ୪ ଦିନ ବର୍ଷାର ପରିମାଣ ବଢିବ । ଏହାସହିତ ରାଜ୍ୟରେ ୧୦ ଜିଲ୍ଲାରେ ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରି ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି । ତେଣୁ ବର୍ଷାର ବିସ୍ତୃତି ବଢିବ । ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ ବୋଲି ସୂଚନା ରହିଛି । ଏହି ସମୟରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଜୁନ ୧ରୁ ୫ ଜୁଲାଇ ମଧ୍ୟରେ ରାଜ୍ୟରେ ୧୭୬ ଦଶମିକ ୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୫୫ ଦଶମିକ ୮ ମିମି ତୁଳନାରେ ୩୧ ପ୍ରତିଶତ କମ୍ ରହିଛି । ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧ ଦଶମିକ ୮ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୩୧ ପ୍ରତିଶତ ଅଧିକ ରହିଛି ।