ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରୁ ବିଷମ କଟକ ର ୨୦ଧର୍ମାନୁଷ୍ଠାନ ପାଇଁ ୧କୋଟି୫୦ଲକ୍ଷ

ବିଷମକଟକ/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା କୁ ସ୍ୱତନ୍ତ୍ର ସହାୟତା ଯୋଜନାରେ ମୁଖ୍ୟମନ୍ତ୍ରୀ ୧୫୫ଟି ପ୍ରକଳ୍ପ ପାଇଁ ୧୪କୋଟି ୮୧ଲକ୍ଷ ଟଙ୍କା ର ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ସେଥିରୁ ବିଷମ କଟକ ବ୍ଲକର ୨୦ ଟି ଧର୍ମାନୁଷ୍ଠାନ ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଏ ନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଚଳିତ ମାସ ୮ତାରିଖରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ସଚୀବ ଭି.କେ. ପାଣ୍ଡିଆନ ବିଷମ କଟଟକ ବ୍ଳକ ଗସ୍ତରେ ଆସି ବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ବ୍ଲକର ବିଭିନ୍ନ ବର୍ଗର ଲୋକ ଏବଂ ଅନୁଷ୍ଠାନ ର କର୍ମକର୍ତା ମାନଙ୍କ ଠାରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧିୟ ଦାବି ପତ୍ର ଗ୍ରହଣ କରିଥିଲେ । ଏହି ଦାବି ପତ୍ର ଗୁଡିକର ପର୍ଯ୍ୟାଲୋଚନା ପରେ ମୁଖ୍ୟମନ୍ତ୍ରୀ ଙ୍କ ଅବଗତ କରାଇଥିଲେ । ସମସ୍ତ ଦାବି କୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୁଖ୍ୟମନ୍ତ୍ରୀ ପାଣ୍ଠି ସହାୟତ ଯୋଜନାରୁ ବ୍ଲକ ର ୨୦ଟି ଧର୍ମାନୁଷ୍ଠାନ ପାଇଁ ୧କୋଟି ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି ।ବିଷମ କଟକ ଜଗନ୍ନାଥ ମନ୍ଦିର ଉନ୍ନତି କରଣ ନିମନ୍ତେ ୧୨ଲକ୍ଷ, ମାଁ ମାର୍କମା ମନ୍ଦିର ଉନ୍ନତି କରଣ ନିମନ୍ତେ ୧୨ଲକ୍ଷ, ବିଷମ କଟକ ରାୟଗଡା ରୋଡ ଠାରେ ଅବସ୍ଥିତ କଲ୍ୟାଣ ମଣ୍ଡପ ଉନ୍ନତି କରଣ ନିମନ୍ତେ ୫ଲକ୍ଷ, ଜେଇଏଲ୍ସି ଚର୍ଚ୍ଚରେ ଗୋଷ୍ଠୀ କେନ୍ଦ୍ର ନିମନ୍ତେ ୧୦ ଲକ୍ଷ, ଚାଟିକୋଣା ପାତାଳେଶ୍ୱର ମନ୍ଦିର ପ୍ରାଙ୍ଗରଣ ରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୧୫ଲକ୍ଷ, ପଣସ ପଦର ସ୍ୱର୍ଣ୍ଣଗିରି ମନ୍ଦିର କୁ ୫ଲକ୍ଷ, ବିଷମ କଟକ ହେମଗିରି ସାହି ହନୁମାନ ମନ୍ଦିର କୁ ୫ଲକ୍ଷ, ପାତାଳେଶ୍ୱର ଶିବ ମନ୍ଦିରର ଉନ୍ନତି କରଣ ନିମନ୍ତେ ୧୦ଲକ୍ଷ, ବାରିଗୁଡା ଦ୍ୱାରସୁଣି ଠାକୁରାଣି ମନ୍ଦିର ଉନ୍ନତି ନିମନ୍ତେ ୧୦ଲକ୍ଷ, ଭୌରବୀ ମନ୍ଦିର ଚାଟିକୋଣା କୁ ୫ଲକ୍ଷ, ଦୁର୍ଗୀ ରାଧାକାନ୍ତ ମନ୍ଦିର ର ଉନ୍ନତି କରଣ ନିମନ୍ତେ ୧୦ଲକ୍ଷ, ବିଷମ କଟକ ଆଦିବାସୀ ସମାଜ ନିମନ୍ତେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୧୦ଲକ୍ଷ, ବିଷମ କଟକ ରାଧାକାନ୍ତ ମନ୍ଦିର ଉନ୍ନତି କରଣ ନିମନ୍ତେ ୫ଲକ୍ଷ, ଦୁର୍ଗୀ ଜଗନ୍ନାଥ ମନ୍ଦିର ଉନ୍ନତି କରଣ ନିମନ୍ତେ ୧୫ଲକ୍ଷ, କୁଟ୍ରାଗଡ ଗ୍ରାମର ମାଣିକେଶ୍ୱରୀ ମନ୍ଦିର କୁ ୫ଲକ୍ଷ, ବିଷମ କଟକ ଦୁର୍ଗୀ ମନ୍ଦିର କୁ ୫ଲକ୍ଷ, ଚାଞ୍ଚଡାଗୁଡା ଶିବ ମନ୍ଦିର କୁ ୫ଲକ୍ଷ, ଶିବ ମନ୍ଦିର ଉନ୍ନି କରଣ ନିମନ୍ତେ ୫ଲକ୍ଷ, ବିଷମ କଟମ ମଶାଣୀ ଉନ୍ନତି କରଣ ନିମନ୍ତେ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ପାଇଥିବା ଖବର ପାଇବା ପରେ ବିଷମ କଟକ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି, ଚାଟିକୋଣା ପାତାଳେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ସଦସ୍ୟ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।