ଭୁବନେଶ୍ୱର:ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହୁଥିବା ବେଳେ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଦିନ ୩ଟା ସୁଦ୍ଧା ଭୁବନେଶ୍ୱର ୪୧ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି।
ସମ୍ବଲପୁରର ତାପମାତ୍ରା ସର୍ବାଧିକ ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା- ୪୦.୬ ଡ଼ିଗ୍ରୀ, ଭୁବନେଶ୍ୱର- ୩୯.୬ ଡ଼ିଗ୍ରୀ, ହୀରାକୁଦ- ୩୯.୬ ଡ଼ିଗ୍ରୀ, ଚାନ୍ଦବାଲି- ୩୮.୬ ଡ଼ିଗ୍ରୀ, ବାଲେଶ୍ୱର- ୩୭.୮ ଡ଼ିଗ୍ରୀ, କେନ୍ଦୁଝର- ୩୬.୬ ଡ଼ିଗ୍ରୀ, ଗୋପାଳପୁର- ୩୪.୮ ଡ଼ିଗ୍ରୀ, ପୁରୀ- ୩୪.୪ଡ଼ିଗ୍ରୀ ଓ ପାରାଦୀପର ତାପମାତ୍ରା ୩୩.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ଆଜି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଲବୈଶାଖୀ ଜାରି ରହିବ ।ସୁନ୍ଦରଗଡ, ଦେବଗଡ,ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ,କନ୍ଧମାଳ,କୋରାପୁଟ,ମାଲକାନାଗିରି,ରାୟଗଡା ରାଜ୍ୟରେ କାଳବୈଶାଖୀ ସଂଭାବନା ରହୁଛି ।