ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ରାଜ୍ୟ ଅତିଥି ଭବନ ଯିବେ ବିହାର ମୁଖ୍ୟମନ୍ତ୍ରୀ । ଅତିଥି ଭବନରୁ ୧୧ଟା ୫୫ରେ ବାହାରି ନବୀନ ନିବାସ ଯିବେ ନୀତୀଶ କୁମାର । ୧.୩୦ ପର୍ୟ୍ୟନ୍ତ ନବୀନ ନିବାସରେ ରହିବେ । ନବୀନ ନିବାସରେ ହିଁ ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ମିଳିଛି । ଏହାପରେ ୧.୪୦ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ପଂହଁଚି ବିହାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣା ପଡିଛି |

ତେବେ ନୀତୀଶ କୁମାରଙ୍କ ଆଗମନକୁ ନେଇ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା ବଢୁଥିବା ଚର୍ଚ୍ଚା ହେଉଛି | ନୀତିଶଙ୍କ ସହ ବିହାରର ଜଳସମ୍ପଦ ମନ୍ତ୍ରୀ ସଂଜୟ ଝା ଓ ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ମଧ୍ୟ ଆସିପାରନ୍ତି ବୋଲି ସୂଚନା ରହୁଛି | ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମହାମେଣ୍ଟ ପାଇଁ ନୀତିଶ ନବୀନଙ୍କୁ ଭେଟିବେ |

ବିପକ୍ଷ ଦଳକୁ ଏକାଠି କରିବାକୁ ନୀତିଶଙ୍କ ପ୍ରୟାସ |
ନବୀନଙ୍କୁ ମହାମେଣ୍ଟ ରେ ସାମିଲ ହେବା ପାଇଁ ଆଲୋଚନା କରିବେ | ନବୀନଙ୍କ ସହ ଭେଟ ପୂର୍ବରୁ ନୀତିଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିବାଲ,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧକ୍ଷ ମଲିକାଜୁର୍ଣ ଖଡ୍ଗଗେ ଙ୍କୁ ମଧ୍ୟ ଭେଟି ସାରିଛନ୍ତି |

ନବୀନଙ୍କ ସହ ଭେଟ ପରେ ମେ ୧୧ରେ ନୀତିଶ ମହାରାଷ୍ଟ୍ର ଯିବେ
ଏନ୍ସିପି ମୁଖ୍ୟ ଶରଦ ପାୱାର, ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଥାକରେ ଙ୍କୁ ଭେଟିବେ ତେବେ ସୂଚନା ରହୁଛି କି କର୍ଣ୍ଣାଟକ ନିର୍ବାଚନ ପରେ ମେ ୧୭,୧୮ ବେଳକୁ ନୀତିଶ ସବୁ ବିରୋଧୀ ଦଳର ମୁଖ୍ୟଙ୍କ ସହ ମହାମେଣ୍ଟର ବୈଠକ କରିବେ ପାଟନାରେ | ସେଇ ବୈଠକ କୁ ଯିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମିତ୍ରଣ କରିପାରନ୍ତି |