ଶ୍ରୀମନ୍ଦିର ସଂସ୍କାର ଶୁଣାଣି ଶେଷ

ଯାହାର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ

ଭୁବନେଶ୍ୱର: ଶ୍ରୀମନ୍ଦିରର ମାମଲାରେ ୫ବର୍ଷର ୨୬ ଟି ସୁଣାଣି ପରେ ଆଜି ମାମଲାର ଅନ୍ତ ଘଟିଛି । ମୃଲାଲିନି ପାଢ଼ୀଙ୍କ ଦ୍ଵାରା ଦାଖଲ ହୋଇଥିବା ମୂଳ ପିଟିସନକୁ ସମାପ୍ତ କରିବାର ନିଷ୍ପତି ନେଇଛନ୍ତି କୋର୍ଟ। ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଆଫିଡେଭିଟକୁ ବିଚାରକୁ ନେବା ପରେ ଖାରଜ କରିଛି କୋର୍ଟ । ଲୋକଙ୍କ ଭାବନା ସହ ରତ୍ନ ଭଣ୍ଡାର ଜଡ଼ିତ ଥିବାରୁ ଏହା ଉପରେ କୌଣସି ରାୟ ଦେବୁନି ବୋଲି କୋର୍ଟ କହିଥିଲେ। ଯାହାର ଯାହା ଆପତ୍ତି ଅଭିଯୋଗ ରହିଛି, ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୁଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିଚାରପତି ଏମ୍ ଆର ଶାହା ଏବଂ ବିଚାରପତି ସି.ଟି ରବି କୁମାରଙ୍କ ଖଣ୍ଡପୀଠରେ ମାମଲାରେ ଶୁଣାଣି କରିଥିଲେ।