ପୁରୀରେ 5T ସଚିବ ଭିକେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ 5T ସଚିବ ସମୀକ୍ଷା କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିଛନ୍ତି | ପରିକ୍ରମା ପ୍ରକଳ୍ପକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଟାର୍ଗେଟ ଅନୁସାରେ ଗୁଣାବତ୍ତାକୁ ରକ୍ଷା କରି କାମ ସାରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ । ପରିକ୍ରମା ପ୍ରକଳ୍ପ କାମ ଜୋର ସୋର ରେ ଚାଲିଛି | ରଥଯାତ୍ରା ପୂର୍ବରୁ ଏହାକୁ ସମାପ୍ତ କରିବାକୁ ଲକ୍ଷ ରଖାଯାଇଛି |