କଂଗ୍ରେସ ସଂଖ୍ୟାଲଘୁ ସେଲର କର୍ଯ୍ୟକାରୀ ବୈଠକ

କଟକ:କଟକ ଜିଲ୍ଲା ମାହାଙ୍ଗା ନିର୍ଵାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ମାହାଙ୍ଗା ସଂଖ୍ୟା ଲଘୁ ସେଲର ଏକ କାର୍ୟ୍ୟକାରିଣୀ ବୈଠକ ଓ ସାଧାରଣ ସଭା ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରାପୁର ଗ୍ରାମପଂଚାୟତ ର କୁସୁମଣ୍ଡଳ ଗୋପୀନାଥପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଖ୍ୟା ଲଘୁ ସେଲ ର ସଭାପତି ଅବଦୁଲ ୱାହୀଦ ଖାଁ ଙ୍କ ସଭାପତିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁର, ସମ୍ମାନିତ ଅତିଥି ରାଜ୍ୟ ସଂଖ୍ୟା ଲଘୁ ସେଲ ର ସଭାପତି ଜିଆଉଲ ହକ, ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟ ଛାତ୍ର କଂଗ୍ରେସ ର ସଭାପତି ୟାସିର ନାୱାଜ, ମୁଖ୍ୟ ବକ୍ତା ବରିଷ୍ଠ କଂଗ୍ରେସ ନେତା ମାହାଙ୍ଗା ତଥା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଦେବେନ୍ଦ୍ର କୁମାର ସାହୁ ଏହି ସଭାର ଅତିଥି ପରିଚୟ ପ୍ରଦାନ କରିଥିଲେ। ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମନୋଜ ବିଶ୍ୱାଳ ଆଇନୀଜୀବୀ ପ୍ରଦୀପ୍ତ ଭୂୟାଁ, ଆଇନୀଜୀବୀ ଭାସ୍କର ବେହେରା, ସାଲେପୁର ବ୍ଲକ ସଭାପତି ବେଣୁଧର ପ୍ରଧାନ,କୁଣ୍ଡି ସମିତି ସଭ୍ୟ ଲତୀଫୁର ରହମନ,ମାହାଙ୍ଗା ସଂଖ୍ୟା ଲଘୁ ସେଲ ର ସଭାପତି ଅତାରୁଲ ଇସଲାମ ଯୋଗ ଦେଇଥିଲେ। କଟିକାଟା ବଜାର ଠାରୁ ସଭା ସ୍ଥଳ ପର୍ୟ୍ୟନ୍ତ ଏକ ବିରାଟ ମଟର ସାଇକେଲ ରାଲି ରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା।