ଦଶମ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ଦଶମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ । ମାଟ୍ରିକ ପରୀକ୍ଷାରେ ସି ସେଟ୍ ପ୍ରଶ୍ନରେ ଥିଲା ମୁଦ୍ରଣ ଜନିତ ତ୍ରୁଟି । ଯେଉଁ ପରୀକ୍ଷାର୍ଥୀ ଭୁଲ ସେହି ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହେଲେ ଯେଉଁ ମାନେ ଉତ୍ତର ରଖିନଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ । ପରୀକ୍ଷାରେ ଭୁଲ ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଥିଲା ।ଏହାପରେ ବୋର୍ଡ କର୍ତ୍ତୃପକ୍ଷ ଏହିପରି ସୂଚନା ଦେଇଛନ୍ତି ।